ଅମ୍ପାୟାରଙ୍କୁ ନେଇ ଓସିଏର କର୍ମଶାଳା

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ) ତରଫରୁ ଗୁରୁବାର ଅମ୍ପାୟାରଙ୍କ ନିମନ୍ତେ ଏକ କର୍ମଶାଳା ଓ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହା ଶୁକ୍ରବାର ଶେଷ ହେବ। ଓସିଏ କନ୍‌ଫରେନ୍‌ସ ହଲ୍‌ ଏବଂ ଓସିଏ ଏକାଡେମୀରେ ଆୟୋଜିତ ହେଉଥିବା ଏହି କର୍ମଶାଳାରେ ମୋଟ୍‌ ୯୧ଜଣ ଭାଗ ନେଉଛନ୍ତି। ଏହି କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବେ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ଅରୁଣ କୁମାର ବାସା, ସହ ପ୍ରଶିକ୍ଷକ ଭାବେ ଓସିଏ ପ୍ୟାନେଲ୍‌ ଅମ୍ପାୟାର ବିଭୁ ଶତପଥୀ, ସହକାରୀ ପ୍ରଶିକ୍ଷକ ଭାବେ ଓସିଏ ପ୍ୟାନେଲ ଅମ୍ପାୟାର୍‌ ପ୍ରୀତିରଞ୍ଜନ ବିଜୟସିଂହ ଦାୟିତ୍ବ ନିର୍ବାହ କରୁଛନ୍ତି। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

Comments are closed.