ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀର ଡ଼ା ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଭାରତୀୟ ପାଣିପାଗ ବିଭାଗ ନିର୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଠାରୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଡ଼ ଏଚ୍‌.ଆର ବିଶ୍ବାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ୨୦୧୯ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Comments are closed.