ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୦ ରୁ ଅଧିକ ଯାତ୍ରୀ ଆହତ

ଦେବଗଡ଼ : ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ୨୩ ନମ୍ବର ଜାତୀୟ ରାଜପଥ ଖୁଲୁଣ୍ଡିପାଣି ନିକଟରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବସରେ ଥିବା ୨୦ ରୁ ଅଧିକ ଯାତ୍ରୀଙ୍କ ସମେତ ଟ୍ରକର ଚାଳକ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ଯାତ୍ରୀ ଗୁରୁତର ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଣାଇ ଓ ବାରକୋଟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେତେକ ଗୁରୁତରଙ୍କୁ ବାରକୋଟ ଡ଼ାକ୍ତରଖାନାରୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସଟି ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ଖୁଲୁଣ୍ଡିପାଣି ନିକଟରେ ଏକ ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ସୂଚନା ମିଳିଛି।

Comments are closed.