ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଶିକ୍ଷକ ଭବନ ନିକଟରେ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣଙ୍କ ଆମ୍ବୁଡ଼ିହା ଗାଁର ରାଜେଶ ମଲିକ (୩୪)। ରାଜେଶଙ୍କୁ କେହି ହତ୍ୟା କରିଥିବା ନେଇ ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ସୂଚନାଯେଗ୍ୟ, ଆଜି ସକାଳ ସମୟରେ ସ୍ଥାନୀୟଲୋକେ ରାଜେଶଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାଜେଶଙ୍କ ପରିଚୟ ପାଇ ତାଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

Comments are closed.