ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ଚାଷୀଙ୍କ ଆମରଣ ଅନଶନ

କଲମପୁର : କଳାହାଣ୍ଡି ଜିଲା କଲମପୁର ସମବାୟ ସମିତି ଅଧିନରେ ଆସୁଥିବା କେତେକ ଚାଷୀ ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହେବାରୁ ଶୁକ୍ରବାର ଆମରଣ ଅନଶନରେ ବସିଛନ୍ତି। ପ୍ରଶାସନର ଅବହେଳା କାରଣରୁ ସେମାନେ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଚାଷୀମାନେ ନିଜ ଧାନ ବିକ୍ରି କରି ପାରିନାହାଁନ୍ତି। ବାରମ୍ବାର ଚାଷୀଙ୍କ ଆନ୍ଦୋଳନ ସତ୍ୱେ ପ୍ରଶାସନ ଚାଷୀଙ୍କ ସମସ୍ୟା ପ୍ରତି କୌଣସି ପଦକ୍ଷେପ ନ ନେଇଥିବାରୁ ଚାଷୀ ରାଧେଶ୍ୟାମ ଶର୍ମା, ସଞ୍ଜୟ ପୁରୋହିତ, ରମେଶ ଚନ୍ଦ୍ର ସାହୁ, ବୈଦ୍ୟ ନାଥ ଲପୁଝାରୀ ଓ ଦୟାନିଧି ଗୁଆ ପ୍ରମୁଖ ୫ ଜଣ ଚାଷୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଆମରଣ ଅନଶନରେ ବସିଥିବା ଏହି ଚାଷୀମାନଙ୍କୁ ଅନ୍ୟ ଚାଷୀମାନେ ସମର୍ଥନ କରିଛନ୍ତି।

Comments are closed.