୯ଟି ମୟୂରୀର ମୃତଦେହ ଉଦ୍ଧାର 

ଗ୍ରେଟର ନୋଏଡ଼ା : ଗ୍ରେଟର ନୋଏଡ଼ାରେ ୯ଟି ମୟୂରୀର ମୃତଦେହ ମିଳିଛି। ପୁଲିସ ଓ ବନ ବିଭାଗ ଅଧିକାରୀ ମୟୂରୀଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଉକ୍ତ ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୟୂରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ସୂଚନା ଯୋଗ୍ୟ, ଗ୍ରେଟର ନୋଏଡ଼ାର ରବୁପୁରା ଥାନା ଅନ୍ତର୍ଗତ ମହମୁଦପୁର ଗାଁରେ ୯ଟି ମୟୂରୀଙ୍କ ମୃତଦେହ ପଡ଼ିରହିଥିବା ନେଇ ଶନିବାର ସକାଳ ପ୍ରାୟ ୧୧ଟାରେ ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଖବର ପାଇ ସେମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଥିଲେ। ଉକ୍ତ ଘଟଣାରେ ଜଣଙ୍କୁ ଅଟକ ରଖିବା ସହ ଅନ୍ୟ ଅପରାଧି ଫେରାର ରହିଛନ୍ତି ବୋଲି ସନ୍ଦେହ କରୁଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.