ଗଞ୍ଜେଇ ସହ ଭ୍ୟାନ ଜବତ, ୨ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନ ଜବତ ହେବା ସହ ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ଗୁରୁବାର ଜଣାପଡ଼ିଛି। ଗିରଫ ଦୁଇ ହେଲେ ବାଲିଗୁଡା ଥାନା ବାରିକିଆ ଗ୍ରାମର ଗିରିଶ କୁମାର ଦିଗଲ ଓ ହିଞ୍ଜିଳି ଥାନା ରାଲବ ଗ୍ରାମର ଦୁଃଶାସନ ବରଡ଼।
ସୂଚନା ଯୋଗ୍ୟ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରୁ ଏକ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋରଡ଼ା ଥାନା ଏସଆଇ ସୁନୀଲ କୁମାର କଣ୍ଡଗୋରି ଏକ ଦଳ ସହିତ ଭ୍ୟାନ ପିଛା  କରି ଚାଳକ ସମେତ ଦୁଇ ଜଣକୁ ଗିରଫ କରିଥିଲେ।  ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି । ଜବତ ଗଞ୍ଜେଇ ୫୧ କେଜି ହୋଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ହେବ ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି । କେସ ନଂ ୬/୨୦୨୦ ପ୍ରକାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.