ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ବଜେଟ ଅଧିବେଶନ ଆରମ୍ଭ କରିବାକୁ ଅନୁମୋଦନ ଦେଇଛି। ଜାନୁଆରୀ ୩୧ରୁ ଏପ୍ରିଲ ୩ମଧ୍ୟରେ ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଚଳାଇବାକୁ ଅନୁମୋଦନ ମିଳିଛି। ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଏହା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ଏପ୍ରିଲ ୩ ରେ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ପୂର୍ଣ୍ଣ ବଜେଟ ହେବ।

Comments are closed.