ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ;୪ ଦୋଷୀଙ୍କ ମଧ୍ୟରୁ ଜଣେ ଗଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କ ଗୁରୁବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ ହୋଇଛି।୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି। ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଏହା ଦୋଷୀଙ୍କ ଶେଷ ପ୍ରୟାସ ଅର୍ଥାତ ଫାଶୀ ଉପରେ ରୋକ ଲଗାଇବାକୁ ସେ ଯାଚିକା ଦାଖଲ କରିଛି। ସୂଚନା ଯୋଗ୍ୟ, ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆସନ୍ତା ୨୨ରେ ୪ ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ୍‍ ୱାରେଣ୍ଟ ଜାରି କରିଛି।

Comments are closed.