ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ରାସଗୋବିନ୍ଦପୁର ମୂଷାମାରି ବାଲିଖାଦାନରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଉକ୍ତ ଯୁବକଙ୍କୁ ଜେସିବିରେ ଚାପି ମାରି ଦିଆଯାଇଥିବା ନେଇ ଗାଁଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ବାରିପଦା-ରାସଗୋବିନ୍ଦପୁର ମୁଖ୍ୟ ରାସ୍ତା ଦେବଶୂଳ ଠାରେ ପରିବାରଲୋକଙ୍କ ସହ ଗ୍ରାମବାସୀଙ୍କ ରାସ୍ତାରୋକ କରିଛନ୍ତି। ବାଲିଖାଦାନକୁ କେନ୍ଦ୍ରକରି ପୂର୍ବରୁ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି।

Comments are closed.