ନିଖୋଜ ଆରଡ଼ବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ : ନିଖୋଜ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡ଼ବ୍ଲ୍ୟୁଏସଏସ)ର କନିଷ୍ଠ ଯନ୍ତ୍ରୀ ଏମ୍‍ . ଭେଙ୍କଟ ରାଓଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ଏମ୍‍ . ଭେଙ୍କଟ ରାଓ ସୋମବାର କାର୍ଯ୍ୟାଳୟ କାମ ପାଇଁ ହରଡ଼ାପୁଟ ଯାଇଥିଲେ। ତାଙ୍କ ସହ ଜୟପୁର ଆରଡ଼ବଲୁଏସଏସ ଏସଡ଼ିଓ ଓ ଠିକାଦାର ମଧ୍ୟ ଥିଲେ। ସେମାନେ ଘରକୁ ଫେରିଥିବା ବେଳେ ଯନ୍ତ୍ରୀ ଘରକୁ ଫେରି ନଥିଲେ। ସେ ନିଖୋଜ ଥିବା ନେଇ ବିଭାଗ ପକ୍ଷରୁ ବି. ସିଂହପୁର ଥାନାରେ ଏତଲା ଦିଆଯାଇଥିଲା।

Comments are closed.