ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନ ଗୁଟୁଖା ଖାଇ ପ୍ରବେଶ କରିବା ନିଷେଧ, ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଚିଠି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନ ଗୁଟୁଖା ଖାଇ ପ୍ରବେଶ କରିବା ପାଇଁ ନିଷେଧ କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଚିଠି ମାଧ୍ୟମରେ ସୋମବାର ଅବଗତ କରାଯାଇଥିବା ଜଣାପଡ଼ିଛି। ଏହାର ଅବମାନନା ହେଲେ ୧୫ ଦିନ ପରେ ଜୋରିମାନା ଆଦାୟ ହେବ ବୋଲି ସୂଚନା ମିଳିଛି।