ନାବାଳିକାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ସିନ୍ଧେକେଲା ଥାନା ଅନ୍ତର୍ଗତ ଗୁଜିଚକା ଗାଁ ଜଙ୍ଗଲରୁ ଜଣେ ନାବାଳିକାର ମୃତଦେହ ସୋମବାର ଉଦ୍ଧାର ହୋଇଛି। ମୃତ ନାବାଳିକାର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ବଳି ଦିଆଯାଇଥିବା ଅଭିଯୋଗରେ ଉକ୍ତ ଘଟଣାରେ ନାବାଳିକାଙ୍କ ଭାଇକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଗତ ୨୪ ତାରିଖରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ ବୋଲି ସୂଚନା ମିଳିଛି।

Comments are closed.