ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ

ପୁରୀ : ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଛି। ଏଏସଆଇଙ୍କୁ ଅଟକ ରଖି ପିପିଲି ପୁଲିସ ପଚରାଉଚରା ଜାରି ରଖିଛି। ଗତ ଗୁରୁବାର ବଳଙ୍ଗା ଥାନାର ଜଣେ ଏଏସଆଇଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। ମହିଳା ଜଣକ ଥାନାକୁ ଯାଇଥିବା ବେଳେ ଏଏସଆଇ ତାଙ୍କୁ ଘରକୁ ଡ଼ାକି ନେଇ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଏହା ପରେ ପିପିଲି ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି।

Comments
Loading...