୨ ଦିନ ଯାଏଁ କୋହଲା ପାଗ ସହ ଜାରି ରହିବ ବର୍ଷା, ପୁଣି ଫେରିବ ଶୀତ

ଭୁବନେଶ୍ୱର : ୨ ଦିନ ଯାଏଁ ପାଗ କୋହଲା ରହିବା ସହ ବର୍ଷା ଜାରି ରହିବ। ଏହାସହ ୨ ଦିନ ପରେ ପାଗରେ ପରିବର୍ତ୍ତନ ଆସିବା ସହ ପୁଣି ଶୀତ ଫେରିବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ହେବ। ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୧.୨ ମିମି ବର୍ଷା ରେକର୍ଡ଼ ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.