ଶିଶୁର ଟି-ସାର୍ଟରେ ଅଜଗର ଦେଖି ଉଡ଼ିଗଲା ବିମାନବନ୍ଦର ଅଧିକାରୀଙ୍କ ହୋସ୍‍

ଜୋହାନିସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗ ବିମାନବନ୍ଦରରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି। ଦଶ ବର୍ଷର ଷ୍ଟେବି ଲୁକସ ନାମକ ଜଣେ ଶିଶୁ ଏକ ଟି ସାର୍ଟ ପିନ୍ଧି ବିମାନବନ୍ଦରକୁ ପ୍ରବେଶ କରିବା ପରେ, ଅଧିକାରୀମାନେ ଶିଶୁଟିକୁ ନିଜ ନିକଟକୁ ଡ଼ାକି ଏପରି କିଛି କଥା କହିଥିଲେ, ଯାହାକୁ ନେଇ ପିଲାଟି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।

ଷ୍ଟେବି ନିଜ ପରିବାର ସହ ୧୭ ଡ଼ିସେମ୍ବରରେ ନ୍ୟୁଜିଲ୍ୟାଣ୍ଡ ରୁ ଆଫ୍ରିକା ଯାତ୍ରାରେ ଯାଇଥିଲା। ସେହି ସମୟରେ ଜୋହାନିସ ବର୍ଗ ବିମାନବନ୍ଦରରେ ଚେକିଂ ସମୟରେ ତା’ର ଟି ସାର୍ଟକୁ ଦେଖି ବିମାନବନ୍ଦରର ଅଧିକାରୀଙ୍କ ହୋସ୍ ଉଡି ଯାଇଥିଲେ। ଡ଼େଲି ମେଲ ରିପୋର୍ଟ ଅନୁଯାୟୀ, ଅଧିକାରୀ ପିଲାଟିକୁ କହିଥିଲେ ଯେ ସେହି ଟି ସାର୍ଟ କାରଣରୁ ଅନ୍ୟ ଯାତ୍ରୀମାନଙ୍କୁ ସମସ୍ୟା ହୋଇପାରେ। ତେଣୁ ବିମାନରେ ପ୍ରବେଶ କରିବା ପୂର୍ବରୁ ଷ୍ଟେବିଙ୍କୁ ପ୍ରଥମେ ଟି ସାର୍ଟ କାଢିବାକୁ ପଡ଼ିବ। ନଚେନ ବିମାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହାପରେ ଷ୍ଟେବିଙ୍କ ପରିବାର ଲୋକଙ୍କୁ ମଧ୍ୟ ଅଧିକାରୀମାନେ ଏହି କଥା ଜଣାଇଥିଲେ। ଏହାପରେ ଷ୍ଟେବିଙ୍କୁ ଡ଼୍ରେସ ଖୋଲିବାକୁ ପଡ଼ିଥିଲା। ଏହାପରେ ବିମାନରେ ଯିବାକୁ ଅନୁମତି ମିଳିଥିଲା।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଏ ବୋଲି ଉକ୍ତ ଘଟଣାକୁ ନେଇ ବିମାନବନ୍ଦର ଅଧିକାରୀମାନେ ସୂଚନା ଦେଇଥିଲେ।

ଏହାପରେ ଷ୍ଟେବିଙ୍କ ମାତାପିତାଙ୍କ ଠାରୁ ଘଟଣାର ବିଷୟରେ ସ୍ପଷ୍ଟ ତଥ୍ୟ ମିଳିଥିଲା। ଲୁକସଙ୍କ ପିତା ଷ୍ଟିବ କହିଥିଲେ ତାଙ୍କ ପୁଅ ଲୁକସ୍‍ କଳା ରଙ୍ଗର ଏକ ଟି ସାର୍ଟ ପିନ୍ଧିଥିଲା। ଯେଉଁଥିରେ ସବୁଜ ରଙ୍ଗର ଏକ ଅଜଗର ସାପର ଚିତ୍ର ହୋଇଥିଲା। ମାତ୍ର ଟି ସାର୍ଟ ଟି ପିନ୍ଧିବା ପରେ ଏପରି ଲାଗୁ ଥିଲା ଯେପରି ଅଜଗର ସାପଟି ଲୁକସର କାନ୍ଧରୁ ତଳକୁ ଯାଉଛି। ଯେଉଁ ସମୟରେ ଲୁକସ ଓ ତାଙ୍କ ପରିବାର ବିମାନବନ୍ଦରକୁ ପ୍ରବେଶ କଲେ, ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ତାଙ୍କୁ ଜଣାଇଥିଲେ ଯେ, ସାପର ଚିତ୍ର ଥିବା କୌଣସି ପ୍ରକାର ପୋଷାକ ପିନ୍ଧି ବିମାନ ମଧ୍ୟକୁ ଯିବାକୁ ଅନୁମତି ନାହିଁ। ତେଣୁ ସେ ତା’ର ଟି ସାର୍ଟ ଟିକୁ ଓଲଟାଇ ପିନ୍ଧି ଯିବାକୁ କହିଥିଲେ। ସେପରି କଲେ ସାପଟିର ଚିତ୍ର ଜଣାପଡ଼ିବ ନାହିଁ। ଲୁକସ ସେପରି ପିନ୍ଧିବା ପରେ ସେ ବିମାନରେ ଯାଇଥିଲେ ବୋଲି ଜଣାପଡ଼ିଛି।

Comments are closed.