ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଅଭିଯୋଗ ,୩ ଅଟକ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାୟତର ହରିହରପୁର କୋହ୍ଲସାହିରେ ନୂଆବର୍ଷ ଦିନ ଏକ ହତ୍ୟାକାଣ୍ଡ ଘଟିଛି। ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ମୃତ ଯୁବକଙ୍କ ନାମ କବି ପ୍ରଧାନ (୩୦) ବୋଲି ଜଣାପଡିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ଶତ୍ରୁତାକୁ କେନ୍ଦ୍ରକରି  ନୂଆବର୍ଷ ରାତିରେ  ହରିହରପୁର କୋହ୍ଲ ସାହିର କବି ପ୍ରଧାନଙ୍କ ସହିତ ଅନନ୍ତ ପ୍ରଧାନଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।  ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିରେ କବିଙ୍କୁ ଅନନ୍ତଙ୍କ ପରିବାରଲୋକେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କବିଙ୍କ ପତ୍ନୀ ନମିତା ପ୍ରଧାନ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ହରଭଙ୍ଗା ପୁଲିସ ,ଜଗ ପ୍ରଧାନ, ତେପନ ପ୍ରଧାନ ଏବଂ ଅନନ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

 

Comments are closed.