ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର, ଚାଳକ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଗୁରୁବାର ଭୋର ସମୟରେ ଏକ ଟ୍ୟାଙ୍କର ଘାଟିରୁ ପ୍ରାୟ ୨୦ ଫୁଟ ତଳକୁ ଖସିପଡ଼ିଛି। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, ଆଜି ଭୋର ସମୟରେ ଆଲୁମିନିୟମ ପାଉଡ଼ର ବୋଝେଇ ଏକ ଟ୍ୟାଙ୍କର ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମକର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.