ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ ଓ ଝିଅ ମୃତ

ନୂଆପଡ଼ା : ନୂଆପଡ଼ାର ସିନାପାଲି ଥାନା ଅନ୍ତର୍ଗତ ମଖାପଦର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ମାଆ ଓ ଝିଅର ମୃତ୍ୟୁ ହୋଇଛି। ମାଆ ଓ ଝିଅ ନଳକୂଅ ନିକଟରେ ଗାଧୋଉ ଥିବା ବେଳେ ହଠାତ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ମାଆ ଓ ୯ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।

Comments are closed.