ଆଜି ଠାରୁ ପୁରୀ-ହାୱାଡ଼ା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ : ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା

ଭୁବନେଶ୍ୱର : ଆଜି ପୁରୀ-ହାୱାଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପେସ ବାତିଲ ହେବାରୁ ଏହି ଟ୍ରେନ ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ ଆଜି ପୁରୀରୁ ଅପରାହ୍ନ ୧୨ଟା ୩୦ରେ ଛାଡ଼ିବ। ହାୱଡ଼ାରେ ରାତି ୯ଟା ୪୫ରେ ପହଞ୍ଚିବ। ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ଼ରେ ଏହି ଟ୍ରେନ ରହିବ। ଏହାସହ ଭଦ୍ରକ, ବାଲେଶ୍ୱର ଓ ଖଡ଼ଗପୁର ଷ୍ଟେସନରେ ମଧ୍ୟ ଏହାର ଷ୍ଟପେଜ ରହିବ ବୋଲି ସୂଚନା ମିଳିଛି।

Comments are closed.