ଭୁବନେଶ୍ୱରରୁ ଉଡ଼ିବ ସୁରଟକୁ ବିମାନ

ଭୁବନେଶ୍ୱର : ନୂଆବର୍ଷ ଅର୍ଥାତ ୨୦୨୦ ଜାନୁଆରୀ ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ଆରମ୍ଭ ହେବ। ଉଡ଼ାଣ ନେଇ ଏୟାର ଇଣ୍ଡିଆ ବିମାନ ସହମତି ଜଣାଇଛନ୍ତି। ଏନେଇ ଟୁଇଟ୍‍ କରି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ବହୁତ ଦିନରୁ ଏନେଇ ଓଡ଼ିଶାର ଦାବି ଥିଲା ବୋଲି ଯୁଗ୍ମ ସଚିବ ସ୍ପଷ୍ଟ କରିଛନ୍ତି। ବିମାନ ଚଳାଚଳ ଆରମ୍ଭ ହେବାପରେ ଗୁଜୁରାଟର ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟାତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ବିମାନ ସେବା ଆରମ୍ଭ ହେବା ପରେ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରା ହେବା ସହ, ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଭୁବନେଶ୍ୱରରୁ ବାହାରି ଅହମ୍ମଦାବାଦ ବିମାନ ବନ୍ଦରରେ ନୁହେଁ ବରଂ ସିଧାସଳଖ ସୁରଟରେ ଓହ୍ଲାଇବେ।

Comments are closed.