ଗ୍ରାମ୍ୟ ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ ବିଫଳ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲା ଭଣ୍ଡାରୀପୋଖାରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବସଷ୍ଟାଣ୍ଡ ନିକଟରେ ଥିବା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କରୁ ଡ଼କାୟତି ଉଦ୍ୟମ ବିଫଳ ହୋଇଛି। ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତି ୧୨ଟା ୩୦ ରୁ ୧ଟା ମଧ୍ୟରେ ଗ୍ୟାସ କଟର ମାଧ୍ୟମରେ ଗ୍ରୀଲ ଭାଙ୍ଗି ବ୍ୟାଙ୍କରେ ୨ଟି ସିନ୍ଧୁ ଗାତ କରି ଡ଼କାୟତମାନେ ପ୍ରବେଶ କରିଥିଲେ। ମାତ୍ର ବ୍ୟାଙ୍କ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କ ମତାନୁଯାୟୀ,ବ୍ୟାଙ୍କର ସମସ୍ତ ଲକର ସୁରକ୍ଷିତ ଥିବାରୁ ଡ଼କାୟତମାନେ ଚୋରି କରିବାରେ ବିଫଳ ହୋଇଛନ୍ତି।

ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭ ଯାଞ୍ଚ ସହ ତଦନ୍ତ କରିବା ପରେ ଡ଼କାୟତଙ୍କ ଗତିବିଧି ନେଇ, ବ୍ୟାଙ୍କର କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଛି। ଆଇଆଇସି ସୁକାନ୍ତି କେରେଇ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments are closed.