ପ୍ରବଳ ଶୀତରେ ଦାରିଙ୍ଗବାଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ; ଚଳିତ ବର୍ଷର ପ୍ରଥମ ତୁଷାରପାତ

ଦାରିଙ୍ଗବାଡ଼ି : ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଏଠାକାର ତାପମାତ୍ରା ୫.୫ ଡ଼ିଗ୍ରୀ ସେଲ୍ସିଅସ ରହିଛି। ବରଫପାତ ଓ ପ୍ରବଳ ଶୀତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦାରିଙ୍ଗିବାଡ଼ି ଅନ୍ତର୍ଗତ ସିମନବାଡ଼ି ରାଜୀବ ନଗର, ମଲ୍ଲୁକଚେରୀ, ଡ଼କରବାଡ଼ି, ସାରୁମାହା, ପାଙ୍ଗାଲି ଭଳି ଅଞ୍ଚଳର ପାଳଗଦା ଓ ଏହାର ଗୁଡ଼ିକ ପାଖରେ ରହିଥିବା ବାଉଁଶ ଗୁଡ଼ିକରେ ତୁଷାରପାତ ଦେଖିବାକୁ ମିଳିଛି। ଏଭଳି ତୁଷାରପାତ ଦେଖିବାକୁ ମିଳିଛି। ଆଜି ବର୍ଷର ଶେଷ ରବିବାର ସହ ଛୁଟଦିନ ହୋଇଥିବାରୁ ଏଠାକାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

Comments are closed.