ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ବନାଞ୍ଚଳରେ ରବିବାର ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୟନି ସାହୁ ( ୪୫)। ତାଙ୍କ ଘର ହାତୀ ବଜ୍ରକୋଟ ଯମଜୋଡ଼ୀ ସାହିର ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ନୟନି ସକାଳୁ ନିଜ ଝିଅ ସହ ମେଡ଼ିକାଲ ଯିବା ପାଇଁ ବସ ପାଖକୁ ଆସୁଥିବା ବେଳେ ରାସ୍ତାରେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ନୟନିଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟବାସିନ୍ଦା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏତଦ ବ୍ୟତୀତ ଉକ୍ତ କଣିହାଁ ବନାଞ୍ଚଳ ଅନ୍ତର୍ଗତ ଅଳନ୍ଦା ଗ୍ରାମରେ ଶନିବାର ରାତିରେ ହାତୀ ଆକ୍ରମଣରେ ନବ ସେଠିଙ୍କର ମୃତ୍ୟୁ ହୋଇଥିଲା।

Comments are closed.