ଶୀତରେ ଥରୁଛି ସାରା ଓଡ଼ିଶା, ୧୦ ଡ଼ିଗ୍ରୀ ତଳେ ୧୫ଟି ସହର

ଭୁବନେଶ୍ୱର : ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା। ପ୍ରାୟ ୧୦ ଡ଼ିଗ୍ରୀ ତଳେ ୧୫ଟି ସହର ରହିଛି। ସର୍ବନିମ୍ନ ୩.୪ ଡ଼ିଗ୍ରୀ ସହ ସୋନପୁରରେ ପୁଣି ସବୁଠାରୁ ଅଧିକ ଥଣ୍ଡା ଅନୁଭବ ହେଉଛି। ୪.୬ ଡ଼ିଗ୍ରୀ ସହ ଅନୁଗୁଳ ଦ୍ୱିତୀୟ ଅନୁଗୁଳ , ୫ଡ଼ିଗ୍ରୀ ସହ ତୃତୀୟରେ ଫୁଲବାଣୀ, ଦାରିଙ୍ଗିବାଡ଼ିରେ ୫.୫ ଡ଼ିଗ୍ରୀ, ଟିଟଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝର ୬.୬, ଝାରସୁଗୁଡ଼ା ୭.୩ ଡ଼ିଗ୍ରୀ, ସମ୍ବଲପୁର ୭.୪, ବଲାଙ୍ଗୀର ୮, ବାଲେଶ୍ୱର ୮.୬, କଟକରେ ୮.୮ ଡ଼ିଗ୍ରୀ, ସୁନ୍ଦରଗଡ଼ ଓ ବାରିପଦାରେ ୯ ଡ଼ିଗ୍ରୀ, କୋରାପୁଟ ୯.୬ ଡ଼ିଗ୍ରୀ ରହିଥିବା ସହ ଚଳିତ ବର୍ଷର ଶୀତ ରେକର୍ଡ଼ ହୋଇଛି।

Comments are closed.