୧୫ କେଜି ଗଞ୍ଜେଇ ଜବତ ;୨ ନେପାଳୀ ମହିଳା ଗିରଫ

କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଦୁଇ ଜଣ ନେପାଳୀ ମହିଳାଙ୍କ ଠାରୁ ପ୍ରାୟ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ, କୁଲ୍ଲୁ ପୁଲିସର ଏକ ଟିମ ନେପାଳରୁ ପାର୍ବତୀ ବେଲୀର କସୋଲକୁ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲା। ଏହାପରେ ପୁଲିସ ସେମାନଙ୍କ ଉପରେ ନଜର ରଖିବା ସହ ପିଛା କରିଥିଲା। ଉକ୍ତ ଦୁଇ ମହିଳା ହରିଦ୍ୱାର ଠାରୁ ଭୁନ୍ତର ପହଞ୍ଚିବା ପରେ ଏକ ଟ୍ୟାକ୍ସିରେ କସୋଲ ଯିବା ପାଇଁ ସ୍ଥିର କରିଥିଲେ। ମାତ୍ର ପୁଲିସ ସେଠାରେ ସେମାନଙ୍କୁ ଗିରଫ କରିଥିଲା।

Comments are closed.