ମାଓବାଦୀଙ୍କ ଲଙ୍କାକାଣ୍ଡ; ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୩ ଗାଡ଼ି

ମୁନିଗୁଡ଼ା: ରାୟଗଡ଼ା ଜିଲାର ମୁନିଗୁଡ଼ା ଅଞ୍ଚଳରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶରଧାପୁରରୁ ଥୁଆପାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ବିରୋଧ କରି ମାଓବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତାକାମରେ ନିୟୋଜିତ ଜେସିବି ସମେତ ୩ଟି ଗାଡ଼ି ଜାଳି ଦେଇଛନ୍ତି। ସୂଚନାଯୋଗ୍ୟ, ଶରଧାପୁରରୁ ଥୁଆପାଡ଼ି ରାସ୍ତାର ଟିକରପଡ଼ା ଗାଁ ନିକଟରେ ପ୍ରାୟ ୧୫ ଜଣ ମାଓବାଦୀ ଉକ୍ତ ଗାଡ଼ିକୁ ଜାଳିଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୩ଟି ମାଓବାଦୀ ପୋଷ୍ଟର ଲଗାଯାଇଥିବାବେଳେ ଏଥିରେ ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦିଆଯାଇଛି।

Comments are closed.