ଛାଡ଼ଖାଇରେ ଆମିଷ ବଜାର ମାନ୍ଦା

0

କଟକ : କାର୍ତ୍ତିକ ମାସ ଶେଷ ହେଲା। ଆଜି ହେଉଛି ଛାଡ଼ଖାଇ। ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟିର ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରିଥାଆନ୍ତି। ଏହି କାରଣରୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ହୋଇଥିଲେ ମଧ୍ୟ ଛାଡ଼ଖାଇର ଭିଡ଼ ଭଳି ଭିଡ଼ ଜମି ନାହିଁ। ଆମିଷ ବଜାର ଏକ ରକମ ମାନ୍ଦା ହୋଇଛି। ଆମିଷ ବ୍ୟବସାୟୀମାନଙ୍କର ଆଶା ଜନକ ବେପାର ହୋଇପାରିନାହିଁ। ଶନିବାରରେ ଛାଡ଼ଖାଇ ପଡ଼ିବାରୁ ଆମିଷ ପ୍ରେମୀମାନଙ୍କ ଆଶା ଏକ ରକମ ଜମିପାରିନାହିଁ। କାଲି ରବିବାର ପଡ଼ୁଥିବାରୁ ଆମିଷ ବଜାରରେ ଭିଡ଼ ବେଶ ଜିମିବ ବୋଲି ଆମିଷ ବ୍ୟବସାୟୀମାନେ ଆଶା କରିଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶା ବାହାରୁ ମାଛ, ମାଂସ ଆମଦାନୀ କରିବାର ବେପାରୀମାନେ ଲକ୍ଷ ରଖିଛନ୍ତି। ଚାହିଦା ଦୃଷ୍ଟିରୁ ଦର ମଧ୍ୟ ଉଚ୍ଚା ରହିବ ବୋଲି କୁହାଯାଉଛି।

Leave A Reply