ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼ : ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ଆନୁମାନିକ ବୟସ ୩ ବର୍ଷ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ହାତୀ ଶରୀରରେ କୌଣସି କ୍ଷତଚିହ୍ନ ନଥିବା ଜଣାପଡ଼ିଛି। ଅନ୍ୟ ହାତୀର ଆକ୍ରମଣରେ ଉକ୍ତ ହାତୀ ଶାବକର ମୃତ୍ୟୁ ହୋଇଥିବା ନେଇ ବନବିଭାଗ ଅନୁମାନ କରୁଛି। ସୂଚନା ଯୋଗ୍ୟ, ଆଜି ସକାଳେ ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପଟେ ହାତୀ ଶାବକ ମୃତଦେହ ଦେଖି ଗ୍ରାମବାସୀ ପଳସମା ବିଭାଗର ଫରେଷ୍ଟର ଓ ରିଆମାଳ ରେଞ୍ଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର ଦାଶ ଓ ପଳସମା ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ତଦନ୍ତ କରିଥିବା ଜଣାପଡ଼ିଛି।

Comments are closed.