ସୂର୍ଯ୍ୟପରାଗ ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ସକାଳ ୮ଟା ୨୦ରେ ସୂର୍ଯ୍ୟପରାଗ ସ୍ପର୍ଶ ହେବା ପରେ ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଗ୍ରହଣ ମହାସ୍ନାନ କରାଯାଇଛି। ଏହାସହ ପରମ୍ପରା ଅନୁଯାୟୀ ଦାରୁବ୍ରହ୍ମଙ୍କୁ ମଙ୍ଗଳ ଆଳତୀ କରାଯିବା ସହ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇଛି। ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଦେଶର ଅନ୍ୟ ଦେବାଦେବୀ ମନ୍ଦିରରେ ପରାଗ ସ୍ପର୍ଶ ହେବା ମାତ୍ରେ ଠାକୁରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। କିନ୍ତୁ ଶ୍ରୀମନ୍ଦିରରେ ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସ୍ପର୍ଶ ହେବା ପରେ ନୀତିକାନ୍ତି ଆରମ୍ଭ ହୋଇଥାଏ। ସୂଚନା ଯୋଗ୍ୟ, ବୁଧବାର ସାରା ରାତି ମହାପ୍ରଭୁ ଉଜାଗର ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ରାତିସାରା ଶ୍ରୀମନ୍ଦିରର ଦ୍ୱାର ଖୋଲା ରହିଥିଲା।

Comments are closed.