ବାରବାଟୀ ଦିନିକିଆ : ଦର୍ଶକଙ୍କ ପ୍ରବଳ ଭିଡ଼

କଟକ : ବାରବାଟୀ ଷ୍ଟାଡ଼ିୟମରେ ଆଜି ଭାରତ- ୱେଷ୍ଟଇଣ୍ଡିଜି ମଧ୍ୟରେ ନିର୍ଣ୍ଣାୟକ ଲଢେଇ। ନିର୍ଣ୍ଣାୟକ ମୁକାବିଲା ଜିତି ସିରିଜ ଲକ୍ଷ୍ୟରେ ଉଭୟ ଦଳ। ଦିନ ୧୧ଟା ସୁଦ୍ଧା ଦୁଇ ଦଳର ଖେଳାଳି ଷ୍ଟାଡ଼ିୟମରେ ପହଞ୍ଚିବେ। ଏଥିପାଇଁ ଟ୍ୱିନ ସିଟିରେ କଡ଼ା ସୁରକ୍ଷା ଓ ଟ୍ରାଫିକ କଟକଣା କରାଯାଇଛି। ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ ର୍ଫୋସ ମୁତୟନ କରାଯାଇଛି। ସବୁ ପ୍ରକାର ଖାଦ୍ୟ, ପାଣି ବୋତଲ, ଫଳ ଓ କ୍ୟାମେରା ଷ୍ଟାଡ଼ିୟମ ଭିତରକୁ ନେବାକୁ ବାରଣ କରାଯାଇଛି। ଯେଉଁମାନେ ମଦ୍ୟପାନ କରିଥିବେ ସେମାନଙ୍କୁ ଷ୍ଟାଡ଼ିୟମ ଭିତରକୁ ଛଡ଼ାଯିବ ନାହିଁ।
ଷ୍ଟାଡ଼ିୟମରେ ପ୍ରବେଶ କରିବା ପାଇଁ ସକାଳୁ ଦର୍ଶକଙ୍କ ଭିଡ଼ ଆରମ୍ଭ ହେବା ସହ ୧୦ଟାରେ ଗେଟ ଖୋଲାଯିବ। ନିଜର ଟିକେଟ ଅନୁଯାୟୀ ଦର୍ଶକ ମାନେ ସ୍ୱତନ୍ତ୍ର ଗେଟ ଦେଇ ଚେକିଂ କରାଯାଇ ଭିତରକୁ ପ୍ରବେଶ କରାଯିବ।

Comments are closed.