ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗର ସୁନାପଲ୍ଲୀ ଗାଁରେ ଶନିବାର ଭୋର ସମୟରେ ଏକ ଗଛରୁ ଜଣେ ଯୁବକ-ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ଗ୍ରାମବାସୀ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Comments
Loading...