ଟିଟିଲାଗଡରେ ମା’ଘଣ୍ଟାସୁଣୀ ଲୋକଉତ୍ସବ ଆରମ୍ଭ

ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ମା’ଘଣ୍ଟାସୁଣୀ ଲୋକଉତ୍ସବ ଆରମ୍ଭ ହୋଇଛି। ଟିଟିଲାଗଡ ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ନେତୃତ୍ବରେ ଘଣ୍ଟାସୁଣୀ ମନ୍ଦିରରୁ ଘଣ୍ଟବାଦ୍ୟ ଶଙ୍ଖନାଦ ସହ ମଞ୍ଚସ୍ଥଳ ବାଳକ ହାଇସ୍କୁଲକୁ ଆଜ୍ଞାଦୀପ ପହଞ୍ଚିଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସମେତ ଉପଖଣ୍ଡ ଅନ୍ତର୍ଗତ ୫ଟି ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସଙ୍ଗଠନ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି।

Comments are closed.