ନ୍ୟୁଜିଲାଣ୍ଡ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ

0

ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡର ଖ୍ରାଇଷ୍ଟଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଶୁକ୍ରବାରରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାରରେ ଆଉଜଣଙ୍କର ମୃତଦେହ ମିଳିଥିଲା । ନ୍ୟୁଜିଲାଣ୍ଡରେ ମୃତ୍ୟୁ ବରଣ କରିଥିବା ଭାରତୀୟମାନଙ୍କର ପରିଚୟ ମିଳିଛି । ଏଥିରେ ହାଇଦ୍ରବାଦର ଜଣେ ସଫ୍ଟଓ୍ୱାର ଇଞ୍ଜିନିୟର ଅଛନ୍ତି । ମୃତକମାନଙ୍କ ମଧ୍ୟରେ  ବରୋଦରରା ବାପା ଓ ପୁଅ ଆସିଫ୍‌ ଭୋରା ଓ ରମିଜ୍‌ ଭୋରା ଅଛନ୍ତି । ଅନ୍ୟ ମୃତକମାନେ ହେଲେ ଓଜାଇର୍‌ କାଦିର୍‌, ମହେବୁବ୍‌ ଖୋକାର ଓ କେରଳର ଅନସି ଆଲିବାବା ।

Leave A Reply