ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଅନ୍ତର୍ଗତ କେନ୍ଦିରିକଳା ନିକଟ ଜଙ୍ଗଲରେ ଗୁରୁବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପଥରରେ ଛେଚିବା ସହ ଗଳାକାଟି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ଯୁବକ ରାଉରକେଲା ଜଳଦା ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ମଦ ବୋତଲ ପଡ଼ିବା ସହ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.