ଆଜି ଠାରୁ ଦୁଇଦିନ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର : ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ବୁଧବାର ଓ ଗୁରୁବାର ଦୁଇଦିନ ବିଭିନ୍ନ ଦାବି ନେଇ ବଲାଙ୍ଗୀର ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦର ପ୍ରଭାବରେ ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ବୀମା ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଆକ୍ସନ କମିଟି ନିଷ୍ପତ୍ତି ନେଇଥିବା ନେଇ ଜଣାପଡ଼ିଛି। ଦୋକାନ ବଜାର, ବିଦ୍ୟାଳୟ ଓ ଗାଡ଼ି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛନ୍ତି। ବଲାଙ୍ଗୀରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏ ପାସ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ଏହି ବନ୍ଦ ପାଳନ ହେଉଥିବା ନେଇ ସୂଚନା ମିଳିଛି।

Comments are closed.