ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲାର ଗୁଡ଼ିପଦାରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ନିର୍ମମ ହତ୍ୟା କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ମୃତକ ବାଡ଼ା ମାରାଣ୍ଡି (୫୦) ବୋଲି ଜଣାପଡ଼ିଛି। ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଗୁଡ଼ିପଦାରେ ରାତି ଜଗୁଆଳୀ ଭାବେ ସେ କାମ କରୁଥିଲେ ଓ ଦ୍ୱିତୀୟ ବିବାହ କରିଥିଲେ। ହତ୍ୟାକାଣ୍ଡ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.