ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା; ଔଷଧ ଦୋକାନୀଙ୍କ ମୃତ୍ୟୁ

ଭୁବନେଶ୍ୱର/ଖୋର୍ଦ୍ଧା : ଖୋର୍ଦ୍ଧାର ହାସାପାତାଳ ନିକଟରେ ଥିବା ଏକ କ୍ଲନିକରେ ପଶି ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଔଷଧ ଦୋକାନୀଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତକ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାସହ ଗୁଳିମାଡ଼ରେ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାଶଙ୍କ ଚିକିତ୍ସା ଜାରି ରହିଛି ବୋଲି ସୂଚନା ମିଳିଛି। ରବିବାର ସନ୍ଧ୍ୟା ସମୟରେ ଏହି ଗୁଳିକାଣ୍ଡ ହୋଇଥିଲା। ଏଥିରେ ଡ଼ାକ୍ତର ଓ ଔଷଧ ଦୋକାନୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.