ଜଙ୍ଗଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ମୃତ ବୃଦ୍ଧା ପରଜଙ୍ଗ ଥାନା ଡ଼ମୋଳ ଗାଁର ବାସିନ୍ଦା । ସେ ଛେଳି ଚରାଇବାକୁ ଯାଇ ଶନିବାର ଠାରୁ ନିଖୋଜ ଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବନ ବିଭାଗର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments
Loading...