ଜନ୍ତୁ ଶିକାର କରିବା ବେଳେ ଶିକାରୀ ଗିରଫ

ବନ୍ତଳା : ଅନୁଗୁଳ ଜିଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହିଧରପୁର ପଞ୍ଚାୟତ ସେରେଣାବେଡ଼ା ଜଙ୍ଗଲ ନିକଟରେ ବନ ବିଭାଗ ଚଢାଉ କରି ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଦ୍ୟୁତ ତାର ଓ ଫାସ ଜବତ ହୋଇଛି। ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଉକ୍ତ ଘଟଣା ବିଷୟରେ କଞ୍ଜା ବିଭାଗର ଫରେଷ୍ଟର ସୁଷମା ପଣ୍ଡା ଓ ତାଙ୍କ ସହଯୋଗୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ସେମାନେ ଏହି ଚଢାଉ କରିଥିଲେ। ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ , ସେହି ତାର ହୁକିଂ କରି ଜିଆଇ ତାର ସାହାଯ୍ୟରେ ଜନ୍ତୁ ମାରିବା ପାଇଁ ଶିକାରୀ ଫାସ ବସାଇଥିଲେ। ଫରେଷ୍ଟର ବିଦ୍ୟୁତ ବିଭାଗ ଜେଇଙ୍କ ସହଯୋଗରେ ଏହି ଫାସକୁ ଜବତ କରିବା ସହ ଘଟଣାସ୍ଥଳରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି।

Comments are closed.