ଇଞ୍ଜେକ୍ସନ ନ ମିଳିବାରୁ ହସ୍ପିଟାଲ ସମ୍ମୁଖରେ ରୋଗୀଙ୍କ ଧାରଣା

ରାଉରକେଲା: ରାଉରକେଲାର ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନାହିଁ। ଏହା ପ୍ରତିବାଦରେ ଇଞ୍ଜେକ୍ସନ ନେବାକୁ ଆସିଥିବା ୫୦ରୁ ଅଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଶନିବାର ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ଫଳରେ ହସ୍ପିଟାଲ ପରିସରରେ ଅସନ୍ତୋଷ ପ୍ରକାଶ ପାଇଛି। ଇଞ୍ଜେକ୍ସନ ନ ଥିବାରୁ ବିଭାଗୀୟ ଡ଼ାକ୍ତର ମଧ୍ୟ ଅସହାୟତା ପ୍ରକାଶ କରିଥିବା ସୂଚନା ମିଳିଛି।

Comments are closed.