ହାତୀପଲଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ନଷ୍ଟ କଲେ ଫସଲ

ମୟୂରଭଞ୍ଜ/ଖୋର୍ଦ୍ଧା : ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲାରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଅନ୍ତର୍ଗତ କରଞ୍ଜିଆରେ ୪ ମାସରୁ ଅଧିକ ୨୨ଟିକିଆ ହାତୀପଲଙ୍କ ଉତ୍ପାତ ଜାରି ରହିଛି। ଦୁଧିଆଳି ରେଞ୍ଜ ଶୁଣ୍ଢବିଲା ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି।
ସେହିଭଳି ଖୋର୍ଦ୍ଧାର ଗୋଡ଼ା ଗାଁରେ ହାତୀପଲ ପଶି ବ୍ୟାପକ ଧାନ ଚାଷ ଓ ପନିପରିବା ଫସଲ ମଧ୍ୟନଷ୍ଟ କରିଛନ୍ତି। ହାତୀଙ୍କ କାରଣରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Comments are closed.