ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ସଂଲଗ୍ନରେ ଥିବା ତାରିଣୀ ମନ୍ଦିର ଉଚ୍ଛେଦ ଜାରି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଶୁକ୍ରବାର ମଧ୍ୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମନ୍ଦିରର ଦକ୍ଷିଣ ଦ୍ୱାର ସଂଲଗ୍ନରେ ଥିବା ତାରିଣୀ ମନ୍ଦିର ଜବରଦଖଲ ଆଜି ଉଚ୍ଛେଦ କରାଯାଉଛି। ମନ୍ଦିରର ନବୀକରଣ ଓ ବିକାଶ ପାଇଁ ବିଏମସି ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ଗତକାଲି ସ୍ଥାନୀୟଲୋକେ ବିରୋଧ ପରେ ବୁଲଡ଼ୋଜୋର ଫେରି ଯାଇଥିଲା। ମାତ୍ର ପରେ ମୁଖ୍ୟମନ୍ତ୍ରୀ ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ। ଏହାପରେ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି।

Comments
Loading...