ସଡ଼କ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ମଶୀନପଡ଼ା ଛକ ନିକଟରେ ଏକ ବାଇକକୁ ପିକଅପ ଭ୍ୟାନ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ଘର ବୌଦ୍ଧ ସହରରେ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଶୁକ୍ରବାର ରାତିରେ ଉକ୍ତ ଦୁଇ ଜଣ ଏକ ବାଇକରେ ସୋନପୁରରୁ ବୌଦ୍ଧ ଆସୁଥିଲେ। ମଶୀନପଡ଼ା ଛକ ନିକଟରେ ପିକଅପ ଭ୍ୟାନ ସେମାନଙ୍କ ବାଇକକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ସୋନପୁର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.