ହାତୀପଲଙ୍କ ଉପଦ୍ରବ, ନଡ଼ିଆ ଗଛ ଭାଙ୍ଗିବା ସହ ନଷ୍ଟ କଲେ ପନିପରିବା ଚାଷ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକା ଗ୍ରୀଡ଼ ନିକଟ ବଗିଚାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଶୁକ୍ରବାର ଦେଖିବାକୁ ମିଳିଛି। ହାତୀପଲ ବହୁ ନଡ଼ିଆ ଗଛ ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରି ଦେଇଛନ୍ତି। ଏହାସହ ସେଠାରେ ଥିବା ଆଜବେଷ୍ଟସ୍‍ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ହାତୀପଲଙ୍କ କାରଣରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Comments are closed.