ପାଠ୍ୟପୁସ୍ତକ ମଣ୍ଡଳ ଗୋଦାମରୁ ୪୨ ଲକ୍ଷ ଟଙ୍କାର ପୁସ୍ତକ ଚୋରି

ଗୁଜରାଟ : ଗୁଜରାଟର ପାଠ୍ୟପୁସ୍ତକ ମଣ୍ଡଳ ଗୋଦାମରୁ ପୁସ୍ତକ ଚୋରି ହୋଇଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ନଭେମ୍ବର ୮ରେ ପ୍ରାୟ ୪୨ ଲକ୍ଷ ଟଙ୍କାର ପୁସ୍ତକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ପ୍ରାୟ ଏକ ମାସରୁ ଅଧିକ ସମୟ ବିତିବା ପରେ ଗତ ବୁଧବାର ଗାନ୍ଧୀନଗର ସେକ୍ଟର ୨୧ରେ ଥିବା ଥାନାରେ ଏ ନେଇ ଏତଲା ଦିଆଯାଇଛି।
ପାଠ୍ୟପୁସ୍ତକ ମଣ୍ଡଳର କର୍ମଚାରୀ ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ର ସିଂହ, ଶିକ୍ଷା ବିଭାଗ ପ୍ରମୁଖ ସଚିବ, ଶିକ୍ଷା ସଚିବ, ନିର୍ଦେଶକ ଓ ଗାନ୍ଧୀନଗର ଜିଲା ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ପାଠ୍ୟପୁସ୍ତକ ମଣ୍ଡଳ ଅଧିକାରୀ ଓ ଶିକ୍ଷା ବିଭାଗ ଅଧିକାରୀ ଏହି ଚୋରିରେ ସାମିଲ ଥିବା ସନ୍ଦେହ କରାଯାଉଥିବା ନେଇ ଚିଠିରେ ନେଇ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ପାଠ୍ୟପୁସ୍ତକ ମଣ୍ଡଳ ଗୋଦାମରୁ ପୁସ୍ତକ ଚୋରି ଘଟଣାର ତଦନ୍ତ ବେଳେ ସିକ୍ୟୁରିଟି ଗାର୍ଡ଼ ପୁଲିସକୁ ବୟାନ ଦେବା ସମୟରେ ଜଣାଇଥିଲେ ଯେ ଏହି ଗୋଦାମରେ କୌଣସି ସିସିଟିଭି କ୍ୟାମେରା ନାହିଁ। ଏହି ଗୋଦାମ ନିକଟରେ ଦିନରେ ୨ ଜଣ ଓ ରାତିରେ ଦୁଇ ଜଣ ସିକ୍ୟୁରିଟି ଗାର୍ଡ଼ ରୁହନ୍ତି। ଯେଉଁ ସମୟରେ ପୁସ୍ତକଗୁଡ଼ିକୁ ପୁରୁଣା ଗୋଦାମରୁ ନୂଆ ଗୋଦାମକୁ ନିଆଯାଉଥିଲା ସେହି ସମୟରେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି।

Comments are closed.