୩୧୦ ଗ୍ରାମର ବ୍ରାଉନସୁଗାର ଜବତ , ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରେ ବୁଧବାର ଭୋର ୫ଟା୩୦ରେ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୩୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ ଜଣେ ମହିଳା ରାମିଲା ବେଉଆଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଅବକାରୀ ସ୍କ୍ୱାର୍ଡ଼ , ଜଳେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୁଲିସ ମିଳିତ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଥିଲା। ସୂଚନା ଯୋଗ୍ୟ, ଜଳେଶ୍ୱରରୁ ଗତ ମଙ୍ଗଳବାର ପ୍ରାୟ ୧କିଗ୍ରାର ବ୍ରାଉନସୁଗାର ଆସିଥିଲା। ଏହି ଘଟଣାରେ ସାରା ରାତି ଅବକାରୀ ବିଭାଗର କର୍ମଚାରୀ ଛାନଭିନ୍‍ କରିବା ପରେ ଆଜି ଭୋର ସମୟରେ ଏହି ଚଢାଉ କରିଥିଲେ। ଗିରଫ ମହିଳା ଜଣଙ୍କ ବ୍ରାଉନସୁଗାର ଚୋରା ବ୍ୟବସାୟ ଚଲାଇଥିବା ଏବଂ ଅବକାରୀ ସ୍କ୍ୱାର୍ଡ଼ ହାତରେ ପୂର୍ବରୁ ଗିରଫ ହୋଇଥିବା ମୁନ୍ନା ଖାଁର ମାଆ ବୋଲି ଜଣାପଡ଼ିଛି।

Comments are closed.