ବାଣୀବିହାରରେ ରାଷ୍ଟ୍ରପତି, ନବନିର୍ମିତ ରୁସା ଭବନର କରିବେ ଉଦଘାଟନ

ଭୁବନେଶ୍ୱର : ବାଣୀବିହାରରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି। ସେ ପ୍ଲାଟିନମ ଜୁବୁଲି ଉଦଯାପନୀ ସମାରୋହରେ ଯୋଗ ଦେଇ ନବନିର୍ମିତ ରୁସା ଭବନର ଉଦଘାଟନ କରିବେ। ପ୍ଲାଟିନମ ଜୁବୁଲି ସମାରୋହରେ ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚନ କରିବେ। ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଅଭିଭାଷଣ ଉପରେ ସଭିଁଙ୍କ ନଜର ରହିଛି। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହିଛନ୍ତି।

Comments are closed.