ପୁଅ ଭାଙ୍ଗିଲା ଟ୍ରାଫିକ ନିୟମ, ବାପାଙ୍କୁ ହେଲା ଜରିମାନା

କଟକ : ରବିବାର ଅର୍ଥାତ ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ କଟକର ମଧୁପାଟଣା ଛକରେ ଏକ ଝଲକ ଦେଖିବାକୁ ମିଳିଛି। ଜଣେ ନାବାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ବାପାଙ୍କୁ ଜରିମାନା ଆଦାୟ କରାଯାଇଛି। ନାବାଳକ ଜଣଙ୍କ ୧୮ ବର୍ଷରୁ କମ, ହେଲମେଟ ନପିନ୍ଧି ଗାଡ଼ି ଚଲାଇବା, ମୋବାଇଲରେ କଥା ହେବା ସମୟରେ ପୁଲିସ ତାଙ୍କୁ ଧରିଥିଲା। ଉକ୍ତ ୩ଟି ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିଥିବାରୁ ନାବାଳକଙ୍କ ବାପାଙ୍କୁ ଡ଼ାକି ପୁଲିସ ୬ ହଜାର ଟଙ୍କା ଚାଲାଣ କାଟିଥିବା ସୂଚନା ମିଳିଛି।

Comments are closed.