୭୦ ଲକ୍ଷରୁ ଅଧିକ ଟଙ୍କାର ଚନ୍ଦନ କାଠ ଜବତ ; ୩ ଗିରଫ 

କଟକ : କଟକ ଜିଲା ଟାଙ୍ଗି ପୁଲିସ ଷ୍ଟେସନ ଅଧୀନ ଦଳଯୋଡି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ ହୋଇଥିବା ଶୁକ୍ରବାର ଜଣାପଡିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପ୍ରାୟ ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରାଯାଇଛି। ଏହାର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ।  ଗୁଇନ୍ଦା ସୂଚନା ଅନୁଯାୟୀ ଚଢାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି ଉକ୍ତ କାଠ ଜବତ କରିଛି ହୋଇଛି ବୋଲି ସୂଚନା ମିଳିଛି।

Comments are closed.